ନୂଆଦିଲ୍ଲୀ: ଇତିମଧ୍ୟରେ କରୋନା ଚୀନ ସମେତ ପାଂଚୋଟି ଦେଶକୁ ଗ୍ରାସ କଲାଣି । ବିଶେଷ କରି ଚୀନ ଓ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାର ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପର୍ଯ୍ୟାୟ କ୍ରମେ ଏନ୍ସିଡିସି ଓ ଆଇସିଏମ୍ଆରକୁ ଚିଠି ଲେଖିଛନ୍ତି । ସବୁ ରାଜ୍ୟ ସରକାରଙ୍କୁ ଜିନୋମ୍ ସେକ୍ୱେସିଙ୍ଗ ପ୍ରତି ସଜାଗ ରହିବାକୁ ପଡ଼ିବ । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାମୁଲି ରହିଛି ।
ସେହିପରି କରୋନାଜନିତ ମୃତ୍ୟୁହାର ମଧ୍ୟ ସେତେ ଅଧିକ ନାହିଁ । କିନ୍ତୁ ଯେହେତୁ ସାରା ଦୁନିଆରେ ପୁଣି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଲାଣି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଆଦରିବାକୁ ପଡ଼ିବ ।
ମଙ୍ଗଳବାର ଆଂଟି ଟାସ୍କ ଫୋର୍ସ’ର ବରିଷ୍ଠ ସଭ୍ୟ ଓ କୋଭିଡ୍ ଟୀକାକରଣ ଅଭିଯାନ’ର ପ୍ରମୁଖ ଡାକ୍ତର ଏନ୍ କେ ଅରୋରା କହିଛନ୍ତି ଯେ ଚୀନରେ କରୋନା ସ୍ଥିତିକୁ ଦେଖି ଆମେ ଚିନ୍ତିତ ହେବାର ନାହିଁ । ଆମର ଟୀକାକରଣ ଏକପ୍ରକାର ଶହେକୁ ଶହେ ହୋଇସାରିଛି । ଆମକୁ କେବଳ ସତର୍କ ରହିବାକୁ ହେବ ।