ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଖୁବ୍ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। ମଙ୍ଗଳବାର କଂଗ୍ରେସ ସମେତ କିଛି ବିରୋଧୀ ଦଳ ମନରେଗା, ମୋଦି ସରକାରଙ୍କ ବୈଦେଶିକ ନୀତି, ଆମେରକୀୟ ଶୁଳ୍କ, ଡଲାରର ତୁଳନାରେ ଟଙ୍କା ବିନିମୟ ହ୍ରାସ, ବାୟୁ ପ୍ରଦୂଷଣ ଓ ଜନହିତକୁ ନେଇ ଆହୁରି ଅନେକ ବିଷୟକୁ ପ୍ରସଙ୍ଗକୁ ପ୍ରମୁଖ ଅସ୍ତ୍ର କରିବେ ବୋଲି ସଂକେତ ଦେଇଛନ୍ତି।
ବିରୋଧୀ ଏସ୍ଆଇଆର୍କୁ ନେଇ ଆହୁରି ଆଲୋଚନା କରିବାକୁ ଚାହୁଁଛନ୍ତି। ସରକାରଙ୍କ ପକ୍ଷରୁ ମଙ୍ଗଳବାର ଡକା ଯାଇଥିବା ସର୍ବଦଳୀୟ ବୈଠକରେ ବଜେଟ୍ ଅଧିବେଶନକୁ ନେଇ ଆଲୋଚନା କରାଯାଇଛି, ହେଲେ କଂଗ୍ରେସ ଏହାକୁ ନେଇ ବିରୋଧ କରିଛି ଯେ, ସରକାର କୌଣସି ବିଧାନସଭା ଏଜେଣ୍ଡା ସାମ୍ନାରେ ରଖିନାହାନ୍ତି। ସରକାରଙ୍କ କହିବାର କଥା, ଏଜେଣ୍ଡା ପରେ ଦିଆଯିବ। କାରଣ ଅଧିବେଶନର ପ୍ରଥମ ଭାଗ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।
କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ନେଇ କେନ୍ଦ୍ରିତ ହେବ। ରାଜ୍ୟସଭାରେ କଂଗ୍ରେସ ଉପନେତା ପ୍ରମୋଦ ତିୱାର ଅଭିଯୋଗ କରିଛନ୍ତି ଯେ, ସରକାର ସମ୍ୱିଧାନରୁ ମିଳୁଥିବା ଅଧିକାରୀ ଗୁଡ଼ିକୁ ବନ୍ଦ କରୁଛନ୍ତି ଏବଂ ସମ୍ୱିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରୁଛନ୍ତି। ସେ କହିଛନ୍ତି – ବିରୋଧୀ ବୈଦେଶିତ ନୀତିର ବିଷୟକୁ ଉଠାଇଛନ୍ତି।
ଆମର ବୈଦେଶିକ ନୀତି କେଉଁଠି ପହଂଚିଛି? କେହି ଆମ ସହ ଠିଆ ହୋଇନାହାନ୍ତି। ଆମକୁ ଏହା ମଧ୍ୟ ଜଣାନାହିଁ ଯେ, କାହା ସହ ଚାଲିବୁ? କିଏ ଆମ ସାଥିରେ ଚାଲିବ? ପ୍ରମୋଦ ତିୱାରୀଙ୍କ କହିବାର ଥିଲା ଯେ, ସରକାରଙ୍କ ଆର୍ଥିକ ନୀତିର କଥା ଯଦି କହିବା ତ ଟଙ୍କା ସବୁଠୁ ନିମ୍ନସ୍ତରରେ ପହଂଚି ଯାଇଛି।
ସେ କହିଥିଲେ- ଆମେରିକା ପକ୍ଷରୁ ଲଗାତାର ଟାରିଫ (ଶୁଳ୍କ) ଜାରି ରହିଛି ଏବଂ ରୁଷୀୟ ତୈଳ (କ୍ରୟ)ର ପ୍ରସଙ୍ଗ ମଧ୍ୟ ଅଛି। ଦିଲ୍ଲୀ ଓ ଅନ୍ୟ ସ୍ଥାନରେ ଆମେ ବାୟୁ ପ୍ରଦୂଷଣର ଯେଉଁ ଭୟଙ୍କର ରୂପ ଦେଖିଛୁ, ଏହାକୁ ଦେଖି ମଧ୍ୟ ଆମେ ଏହି ପ୍ରସଙ୍ଗ ଉଠାଇବୁ … ଆମେ ଇନ୍ଦୋର ଦୂଷିତଜଳରେ ହୋଇଥିବା ମୃତ୍ୟୁର ପ୍ରସଙ୍ଗକୁ ମଧ୍ୟ ଜୋର ଦେବୁ। କଂଗ୍ରେସ ନେତା କହିଲେ ମନରେଗାର ପ୍ରସଙ୍ଗ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଯୋଜନାର ସ୍ଥାନରେ ନୂଆ ଆଇନ ଆଣି କେବଳ ନାମରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଯାଇନାହିଁ, ଏହା ସହ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବନ୍ଦ କରାଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ବ୍ୟତୀତ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପୁନଃସ୍ଥାପନ, ଭୋଟଚୋରି ଓ ବେକାରୀ ପ୍ରସଙ୍ଗକୁ ମଧ୍ୟ ଏହି ଅଧିବେଶନରେ ଉଠାଯିବ।