ପୁଣି ବାୟୁ ପ୍ରଦୂଷଣରେ ରାଜଧାନୀ: ନିର୍ମାଣ କାର୍ଯ୍ୟରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୁଣି ବାୟୁ ପ୍ରଦୂଷଣରେ ଦିଲ୍ଲୀ ସହର । କିଛିଦିନ ପୂର୍ବରୁ ପ୍ରଦୂଷଣ ମାତ୍ରା କମିବାରୁ ସବୁ କିଛି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ପୁଣି ଥରେ ବାୟୁ ପ୍ରଦୂଷଣରେ ସ୍ଥିତି ଅସମ୍ଭାଳ ହୋଇଛି ରାଜଧାନୀ । ଦିଲ୍ଲୀ ଏନସିଆରରେ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ସମୟରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଗତବର୍ଷର ଅନୁଭବ ଆଧାରରେ ଦିଲ୍ଲୀ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସମ୍ପର୍କରେ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ବାୟୁର ଗୁଣବତ୍ତା ବିଗିଡ଼ିବା ପୂର୍ବରୁ ପୂର୍ବାନୁମାନ ଜରିଆରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ପାଇପ ଲାଇନ କାର୍ଯ୍ୟ, ଆଭ୍ୟନ୍ତରୀଣ ସାଜସଜ୍ଜା, ବିଦ୍ୟୁତ କାର୍ଯ୍ୟ ଇତ୍ୟାଦି ଚାଲୁ ରହିବ ବୋଲି ଜଣାପଡିଛି ।