ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ଆପ୍‌!

ୟୁପି : ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି । ନେତାଙ୍କ ଦଳବଦଳ ସାଙ୍ଗକୁ ମେଣ୍ଟ ରାଜନୀତି ନିର୍ବାଚନ ମାହୋଲକୁ ଆହୁରି ସରଗରମ ହୋଇଛି । ଏହା ଭିତରେ ଏକ ବଡ ଖବର ଶୁଣିବାକୁ ମିଳୁଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହ ଆମ ଆଦମୀ ପାର୍ଟି ମେଣ୍ଟ କରିପାରେ ବୋଲି ସୂଚନା ମିଳିଛି । ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ସହ ସାକ୍ଷାତକାର ପରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମେଣ୍ଟ ନେଇ ମଧ୍ୟ ସବୁଜ ସଂକେତ ଦେଇଛନ୍ତି ।

ଏନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିବା କହିଛନ୍ତି କେଜରିୱାଲ । ମିଳିଥିବା ସୂଚନା ଅନୁସାରେ ୟୁପି ନିର୍ବାଚନକୁ ଆଖିଆଗରେ ରଖି ଆପ ସାଂସଦ ଏବଂ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ଆଲୋଚନା ହୋଇଛି । ଏହି ଆଲୋଚନାରେ ସପା ସହିତ ଆପ୍‌ ମେଣ୍ଟ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ସମାଜବାଦୀ ପାର୍ଟି ଅନ୍ୟ ଦଳସହ ମେଣ୍ଟ କରିବା ନେଇ ଘୋଷଣା କରିିଛି । ଅନ୍ୟପକ୍ଷରେ ସମାଜବାଦୀ ପ୍ରମୁଖ ଅଖିଳେଶ ଯାଦବ ଏବଂ ଆପ ସାଂସଦ ତଥା ଆମ୍‌ ଆଦମୀ ପାର୍ଟିର ୟୁପି ପ୍ରଭାରୀ ସଞ୍ଜୟ ସିଂହଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ୨୦୨୨ ନିର୍ବାଚନରେ ଉଭୟ ଦଳ ମେଣ୍ଟକରି ଲଢିବାକୁ ସହମତି ପ୍ରକାଶ କରିଛନ୍ତି ।