ଦୁବାଇ: ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ସାମିଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ୟାପ୍ଟେନ ବିରାଟ କୋହଲି । କୋହଲି କହିଛନ୍ତି ଯେ, କିଛି ଲୋକ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇ ଏଭଳି କାମ କରୁଛନ୍ତି । ଆଉ ଏଡି ଘଟଣା ଏବେ ସାଧାରଣ ହୋଇଗଲାଣି । ତେବେ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସବୁଠୁ ବଡ ଭୁଲ । କିନ୍ତୁ କିଛି ଲୋକ କେବଳ ଏହିଭଳି କାମ କରୁଛନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ସାମିଙ୍କୁ ଟ୍ରୋଲ କରାଯାଇଥିଲା । ସେତେବେଳେ ବିସିସିଆଇ ସମେତ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ସମର୍ଥନରେ ବାହାରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିଲେ । ଆଉ ଆଜି ସାମିଙ୍କ ସମର୍ଥନରେ ବାହାରିବା ସହ ଧର୍ମକୁ ନେଇ କାହାକୁ ଟାର୍ଗେଟ ନକରିବାକୁ କହିଛନ୍ତି କ୍ୟାପ୍ଟେନ ବିରାଟ କୋହଲି ।