କଂଗ୍ରେସକୁ ଟାର୍ଗେଟ କଲେ ମମତା

ପାଣାଜି: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଲାଗି ବିଜେପି ଅଧିକ ଶକ୍ତିଶାଳୀ ହୋଇଛି ବୋଲି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୋଆରେ ବିଧାନ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ବିରୋଧୀ ଦଳଙ୍କୁ ଏକାଠି କରିବାରେ କଂଗ୍ରେସ ବିଫଳ ହୋଇଛି ବୋଲି ମମତା କହିଛନ୍ତି । କଂଗ୍ରେସ ପାଇଁ ମୋଦି ଅଧିକ ଶକ୍ତିଶାଳୀ ହୋଇଛନ୍ତି ବୋଲି ଦିଦି କହିଛନ୍ତି । ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିବା ବେଳେ ଦେଶ କାହିଁକି କ୍ଷତି ସହିବ ବୋଲି ମମତା ପ୍ରଶ୍ନ କରିଛନ୍ତି । ବିଶେଷ କରି ବିଜେପି ବିରୋଧରେ ସଶକ୍ତ ମେଣ୍ଟ ଗଠନ କରିବାରେ କଂଗ୍ରେସ ଅକ୍ଷମ ହୋଇଛି । ସେହିପରି ୨୦୧୪ ଓ ୨୦୧୯ ନିର୍ବାଚନରେ ପରାଜୟ ହେବା ପରେ କଂଗ୍ରେସ ସମ୍ପୂର୍ଣ୍ଣ ବୁଡି ଯାଇଛି । ସୂଚନା ଅନୁଯାୟୀ ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାରୁ ଗୋଆରେ ଟିଏମସି ପକ୍ଷରୁ ପ୍ରାର୍ଥୀ ଦିଆଯିବ । ଏନେଇ ମମତା ୩ଦିନିଆ ଗୋଆ ଗସ୍ତରେ ଅଛନ୍ତି ।