ବିଜେପି ବିରୋଧରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସିଂହନାଦ

ଜଣାଇ ଦେଉଛୁ କି ପାରସନାଥ ପାହାଡ଼ ଶୀର୍ଷରେ ଥିବା ଜୈନ ଧର୍ମପୀଠଟି ଗିରିଡିହ ଜିଲ୍ଲା ଅନ୍ତର୍ଗତ…

ରାଂଚି: ଜୈନ-ଆଦିବାସୀଙ୍କ ଭିତରେ ରକ୍ତପାତ ଲଗାଇବା ପାଇଁ ବିଜେପି ଅପପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଆଦିବାସୀ ଓ ଜୈନଙ୍କୁ ଲଢ଼ାଇ ଫାଇଦା ହାସଲକୁ ବିଜେପିର ଗୁପ୍ତ ଯୋଜନା ଭାବେ ଅଭିହିତ କରିଛନ୍ତି ସୋରେନ୍‌ । ସାନ୍ତାଳି ଭାଷାରେ ସୋରେନ୍‌ କହିଛନ୍ତି ଯେ ପାରସନାଥ ପାହାଡ଼ ବା ମରାଂଗ ବୁରୁ ଆମର ଥିଲା, ଆମର ରହିବ । ଆପଣମାନେ ନିଶ୍ଚିତ ରହନ୍ତୁ ।

ବୁଧବାର ଦିନ ଗିରିଡିହରେ ଅନୁଷ୍ଠିତ ପାରମ୍ପରିକ ଜୋହାର ଯାତ୍ରାରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ସୋରେନ୍‌ ଏହି କଥା କହିଛନ୍ତି । ଜଣାଇ ଦେଉଛୁ କି ପାରସନାଥ ପାହାଡ଼ ଶୀର୍ଷରେ ଥିବା ଜୈନ ଧର୍ମପୀଠଟି ଗିରିଡିହ ଜିଲ୍ଲା ଅନ୍ତର୍ଗତ ।

ଜୈନ ଧର୍ମପୀଠର ସୁରକ୍ଷା ପାଇଁ ଦେଶବ୍ୟାପୀ ଜୈନ ସମାଜ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଜୈନ ସମୁଦାୟକୁ ମୁହଁତୋଡ ଜବାବ ଦେବା ପାଇଁ ଜାନୁଆରୀ ୧୦ ତାରିଖରେ ଜେଏମ୍‌ଏମ୍‌ ବିଧାୟକ ଲୋବିନ ହେମ୍ବ୍ରମଙ୍କ ନେତୃତ୍ୱରେ ଆଦିବାସୀ ସମୁଦାୟ ରାସ୍ତାକୁ ଓହ୍ଲାଇଥିଲେ ।