ଚୀନ ଓ ଭାରତ ସୈନ୍ୟ ପ୍ରତ୍ୟାହାର କଲେ

ନୂଆଦିଲ୍ଲୀ : ଗତ ଶନିବାରଦିନ ତିବ୍ବତର ମୋଲଡୋରେ ହୋଇଥିବା ୧୨ତମ କୋର୍ କମାଣ୍ଡରସ୍ତରୀୟ ବୈଠକରେ ସୈନ୍ୟ ପ୍ରତ୍ୟାହାର ନେଇ ସହମତି ହୋଇଥିଲା । ଏହି ସହମତି ସଂପର୍କରେ ଗତ ୩ ତାରିଖରେ ଦୁଇଦେଶ ଏକ ମିଳିତ ଘୋଷଣାନାମା ପ୍ରକାଶ କରିଥିଲେ। ଲଦାଖର ଗୋଗ୍ରା ଶିଖରରୁ ଭାରତ ଓ ଚୀନ ନିଜ ନିଜର ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ , ଗତ ୪ ଓ ୫ ତାରିଖରେ ଦୁଇ ଦେଶର ସୈନ୍ୟ ନିଜ ନିଜର ସ୍ଥାୟୀ ବାରାକକୁ ଫେରିବା ଆରମ୍ଭ କରିଥିଲେ । ଗତ ଫେବ୍ରୁଆରିମାସରେ ଗଲଓ୍ବାନ ଓ ପେଙ୍ଗଙ୍ଗ ହ୍ରଦ ଅଂଚଳରୁ ହୋଇଥିବା ସୈନ୍ୟପ୍ରତ୍ୟାହାର ପରେ ଏହା ହେଉଛି ୩ୟ ସୈନ୍ୟ ପ୍ରତ୍ୟାହାର । ତେବେ ହଟସ୍ପ୍ରିଙ୍ଗ୍, ଦେପସାଙ୍ଗ୍, ଡେମଚୋକରେ ଏବେ ବି ଚୀନ ସୈନ୍ୟ ଅଛନ୍ତି । ସେଠାରୁ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଏବେ ବି କୌଣସି ନିଷ୍ପତ୍ତି ହୋଇନଥିବା ଜଣାଯାଇଛି ।