ବେଜିଂ: କରୋନା ଭାଇରସ ସାରା ବିଶ୍ୱକୁ ୨ ବର୍ଷ ହେଲାଣି ଏହି ମହାମାରୀ ସଂକ୍ରମିତ କରୁଛି । ଏହାରି ଭିତରେ ଆଉ ଏକ ନୂଆ ଭାଇରସର ଆତଙ୍କ ସୃଷ୍ଟି ହୋଇଛି । ଏହି ନୂଆ ଭାଇରସ ନାଁ ‘ଲିଙ୍ଗୟା’ ରଖାଯାଇଛ । ଏହି ଭାଇରସ ଏବେ ଚୀନର ଚିନ୍ତା ବଢ଼ାଇ ଦେଇଛି । ଶାନଡୋଙ୍ଗ ଏବଂ ହେନାନ ପ୍ରଦେଶରେ ୩୫ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ ହେନିପାଭାଇରସ ପ୍ରଜାତିର ଏହି ଭୂତାଣୁକୁ ଏଲଏବି ମଧ୍ୟ କୁହାଯାଏ । ଏହି ନୂତନ ପ୍ରଜାତିର ‘ହେନିପାଭାଇରସ’ ପୂର୍ବାଞ୍ଚଳ ଚୀନ୍ରେ ଜ୍ୱରରେ ପୀଡ଼ିତ ରୋଗୀମାନଙ୍କ ସଂଗୃହୀତ ‘ସ୍ୱାବ ସାମ୍ପଲ’ରେ ଚିହ୍ନଟ କରାଯାଇଛି ।
ରୋଗୀମାନଙ୍କ ନମୂନା ପ୍ରାଣୀ ଦେହରୁ ଆସିଛି ବୋଲି ମନେ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ଏହି ଭାଇରସର କୌଣସି ଚିକିତ୍ସା ନାହିଁ କିମ୍ବା ଏଥିପାଇଁ କୌଣସି ଟିକା ମଧ୍ୟ ନାହିଁ । ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କ କେବଳ ସଠିକ ଦେଖାରେଖାରେ ଚିକିତ୍ସା କରାଯାଇପାରେ । ଏହି ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ କାହାରି ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ନାହିଁ, କି, କେହି ମରି ନାହାନ୍ତି । ତେଣୁ, ଏଥିପାଇଁ ଆତଙ୍କିତ ହେବା ଅନାବଶ୍ୟକ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ, ଏହାକୁ ହାଲକାରେ ନେବା ଉଚିତ ନୁହେଁ ।