ମୋ ଫିଲ୍ମକୁ ବୟକଟ କରିଦିଅ: ତାପସୀ

ତାଙ୍କ ଫିଲ୍ମକୁ ମଧ୍ୟ ଏହି ବୟକଟ ଟ୍ରେଣ୍ଡରେ ସାମିଲ କରିବାକୁ ସେ କରିଛନ୍ତି ଅପିଲ…..

ମୁମ୍ବାଇ: ବି-ଟାଉନରେ ଏବେ ଚାଲିଛି ‘ବୟକଟ୍‌’ ଟ୍ରେଣ୍ଡ । ବଲିଉଡର ଅଧିକାଂଶ ଫିଲ୍ମକୁ ଏବେ ବୟକଟ୍‌ କରାଯାଉଛି । କିଛି ସୋଶାଲ ମିଡିଆ ୟୁଜର୍ସ ଆମୀର ଖାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ଓ ରଣବୀର କପୁରଙ୍କ ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରୁଛନ୍ତି । ତେବେ ଏହି ତାଲିକାରେ ଏବେ ସାମିଲ ହେବାକୁ ନିଜ ଆଡୁ ମନ ବଳାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ତାଙ୍କ ଫିଲ୍ମକୁ ମଧ୍ୟ ଏହି ବୟକଟ ଟ୍ରେଣ୍ଡରେ ସାମିଲ କରିବାକୁ ସେ କରିଛନ୍ତି ଅପିଲ । ଆସୁଛି ଅପକମିଂ ଫିଲ୍ମ ‘ଦୋବାରା’ । ଆସନ୍ତା ୧୯ରେ ପରଦାକୁ ଆସିବ । ତେବେ ଏହି ଫିଲ୍ମଟି କିଭଳି ଟ୍ରେଣ୍ଡିଂରେ ରହିବେ ସେ ନେଇ ଦୁହେଁ ଚିନ୍ତିତ ହୋଇପଡିଛନ୍ତି । ଆଉ ଏଥିପାଇଁ କରୁଛନ୍ତି ପ୍ଲାନିଂ ।

ନିକଟରେ ଫିଲ୍ମର ଏକ ପ୍ରମୋସନ ବେଳେ ଅନୁରାଗ କଶ୍ୟପ ଓ ତାପସୀ କ୍ୟାନ୍‌ସେଲ କଲଚର ଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବୟକଟ ଟ୍ରେଣ୍ଡିଂ ଉପରେ ଆଲୋଚନା କରିଥିଲେ । ଏହି ସମୟରେ ଅନୁରାଗ ଦୟାକରି ମୋ ଫିଲ୍ମକୁ ବୟକଟ କରି ଟ୍ୱିଟରରେ ଟ୍ରେଣ୍ଡ କରନ୍ତୁ ବୋଲି ମଜାଳିଆ ଢ଼ଙ୍ଗରେ କହିଥିଲେ । ଅନୁରାଗଙ୍କ କଥା ଶୁଣି ତପସୀ ମଧ୍ୟ ହଁ, ପ୍ଲିଜ ‘ବୟକଟ ଦୋବାରା’ ଟ୍ରେଣ୍ଡ କରିଦିଅନ୍ତୁ । ଆମେ ବି ଟ୍ୱିଟରରେ ଟ୍ରେଣ୍ଟିଂରେ ରହିବାକୁ ଚାହୁଁଛୁ । ଯଦି ଅମୀର ଓ ଅକ୍ଷୟ ବୟକଟ ହୋଇପାରୁଛନ୍ତି, ତେବେ ମୁଁ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଚାହୁଁଛି ବୋଲି ତାପସୀ କହିଥିଲେ ।