‘ଲଦାଖ’କୁ ୟୁଟି ମାନିବାକୁ ଚୀନ୍ ନାରାଜ

ନୁଆଦିଲ୍ଲୀ: ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି) ମାନିବାକୁ ଚୀନ୍ ସ୍ପଷ୍ଟ ମନା କରିଛି। ଭାରତ ବେଆଇନ ଭାବେ ଏହାକୁ ୟୁଟି ମାନ୍ୟତା ଦେଇଥିବା କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ୍ ୱେବିନ୍। ପାକିସ୍ତାନ ଜାମ୍ମୁ କାଶ୍ମୀରକୁ ନେଇ ଯେଉଁ ମନ୍ତବ୍ୟ ଦେଇଆସୁଛି, ଏବେ ଚୀନ୍ ଲଦାଖକୁ ସେହି କଥା କହିବା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି।

History of Ladakh - Wikipedia

ଚୀନ୍ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ବୋଲାଉଥିବା ଗ୍ଲୋବାଲ ଟାଇମ୍ସ ନିଜ ଟ୍ୱିଟର ପେଜରେ ଏ ସମ୍ପର୍କିତ ପୋଷ୍ଟଟି କରିଛି। ଯେଉଁଥିରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ୍ ୱେବିନ୍ କହିଛନ୍ତି, ‘ଭାରତ ଦ୍ୱାରା ବେଆଇନ ଭାବେ ପ୍ରତିଷ୍ଠିତ ଲଦାଖର ତଥାକଥିତ ୟୁନିଅନ୍ ଟେରିଟୋରୀକୁ ଚୀନ୍ ସ୍ୱୀକୃତି ଦେଇ ନାହିଁ ଏବଂ ସାମରିକ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବିବାଦୀୟ ସୀମା ଅଞ୍ଚଳରେ ଭାରତର ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି’।

https://twitter.com/AdityaRajKaul/status/1310869405853605893?ref_src=twsrc%5Etfw

ସେ ଏହାମଧ୍ୟ କହିଛନ୍ତି ଯେ, ‘ଚୀନ୍ ଏବଂ ଭାରତ ମଧ୍ୟରେ ନିକଟରେ ହୋଇଥିବା ସହମତି ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳରେ କୌଣସି ପକ୍ଷ ପରିସ୍ଥିତି ଜଟିଳ ହେଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତୁ। ପରିସ୍ଥିତିକୁ ଶାନ୍ତ କରିବା ଲାଗି ଉଭୟ ପଟୁ ହେଉଥିବା ଉଦ୍ୟମ ଏହାଦ୍ୱାରା ପ୍ରଭାବିତ ନହେଉ’।

As Tibetans mark 60 years since Dalai Lama fled, China defends policies |  PBS NewsHour Weekend

ଲଦାଖକୁ ନେଇ ଡ୍ରାଗନ ନିଜର ଆଭିମୁଖ୍ୟ ଦର୍ଶାଇ ସାରିଥିବା ବେଳେ ଭାରତ ମଧ୍ୟ ତିବ୍ଦତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ସୋସିଆଲ ମିଡ଼ିଆରେ ସ୍ୱର ଉଠିଛି। ତିବ୍ଦତକୁ ବେଆଇନ ଭାବେ ଚୀନ୍ ଦଖଲ କରିଛି ଏବଂ ଡ୍ରାଗନର ଅତ୍ୟାଚାର ସହି ନପାରି ଧର୍ମଗୁରୁ ଦଲାଇଲାମାଙ୍କ ସମେତ ହଜାର ହଜାର ତୀବ୍ଦତୀୟ ଭାରତେ ଶରଣ ପଶିଛନ୍ତି। ଏବେ ଜାତିସଙ୍ଘ ଠାରୁ ଆରମ୍ଭ କରି ସବୁ ଅନ୍ତର୍ଜାତୀୟ ବୈଠକରେ ଭାତର ତିବ୍ଦତକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ଦାବି ଉଠାଉ ବୋଲି ବହୁ ଲୋକ ଦାବି କରିଛନ୍ତି।