ବିଧାନସଭାରେ ବିଲ୍ ଚିରିଲେ ତାରା

ଭୁବନେଶ୍ୱର(ଏସ୍ ନ୍ଯୁଜ) କରୋନା କଟକଣା ମଧ୍ୟରେ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି।ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୭ଟି । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଛି ।

ଅନ୍ୟପଟେ କିନ୍ତୁ ବିଲ ଉପସ୍ଥାପନକୁ କଂଗ୍ରେସ ବିଧାୟକ ଦଳର ନେତାମାନେ ବିରୋଧ କରିଛନ୍ତି । କରୋନା ବେଳେ ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।ଏନେଇ ନରସିଂହ ମିଶ୍ର କହିଛନ୍ତି ଯେ, ‘ସୀମିତ ଭାବେ କାହିଁକି ବିଲ୍ ପାରିତ କରିବାକୁ ଚାହିଁଛନ୍ତି? ବିଲ ଆଣିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ।’ ତେଣୁ ବିଲ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ଦାବି କରିଛନ୍ତି ।

ସେପଟେ ବିଶ୍ୱବିଦ୍ୟାଳୟ ବିଲକୁ ‘କଳା ବିଲ୍’ କହି ବିରୋଧ କରିଛନ୍ତି ତାରା ବାହିନୀପତି । ଏହା ସହ ସେ ଗୃହ ଭିତରେ ବିଲକୁ ଚିରିଦେଇଛନ୍ତି । ବିଲକୁ ସିଲେକ୍ସନ କମିଟିକୁ ପଠାଇବାକୁ ତାରା ଦାବି କରିଛନ୍ତି । ସେହିପରି ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ବିରୋଧ କରିଛି ।