ଦିଲ୍ଲୀରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

ନୂଆଦିଲ୍ଲୀ : ହଠାତ ଦିଲ୍ଲୀରେ ପହଞ୍ଚିଲେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟ ଦିଲ୍ଲୀରେ ପହଞ୍ôଚବା ପରେ ଶନିବାର ଏନଏସଏ ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି।

ୱାଙ୍ଗ ୟି ଦିଲ୍ଲୀରେ ପହଞ୍ଚିବା ନେଇ ଏନଆଇଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ପ୍ରସଙ୍ଗରେ ଆଲୋଚନା ନେଇ ଆଶା କରାଯାଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ପୂର୍ବ ଅପେକ୍ଷା ସମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ଚୀନ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।