ମାହି ଅଧିନାୟକ ପଦ ଛାଡିବା ନେଇ କ୍ରିକେଟ ପଣ୍ଡିତଙ୍କୁ ବିସ୍ମିତ କରିଛି

ନୂଆଦିଲ୍ଲୀ: ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନି । ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଆଇପିଏଲ ଦଳର ଅଚାନକ ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି । ଆଇପିଏଲ ଆରମ୍ଭ ପରଠାରୁ ଏମଏସ ଧୋନି ସିଏସକେ ଅଧିନାୟକ ପଦ ଛାଡିବା ସହ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ସିଏସ୍‌କେର ଅଧିନାୟକ ପଦ ସେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ହସ୍ତାନ୍ତର କରିଛନ୍ତି ।

ଧୋନି ଅଧିନାୟକ ପଦ ଛାଡିବା ନେଇ ଅନେକ କ୍ରିକେଟ ପଣ୍ଡିତଙ୍କ ସହ ତାଙ୍କ ସମର୍ଥକଙ୍କୁ ବିସ୍ମିତ କରିଛି । ସେହିପରି ଧୋନି ହଠାତ ସିଏସକେର ଅଧିନାୟକ ପଦ ଛାଡିବା ନେଇ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ବିସ୍ମୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ସତ କହିବାକୁ ଗଲେ ଏ ଖବର ଶୁଣି ମୁଁ ଚକିତ ।
ଆଇପିଏଲ ଆରମ୍ଭ ହେବାପରଠାରୁ ଧୋନିଙ୍କୁ ସବୁବେଳେ ହଳଦିଆ ରଙ୍ଗର ଜର୍ସିରେ ସିଏସକେର ନେତୃତ୍ୱ ନେଉଥିବା ଆମେ ଦେଖିଆସିଛେ । ଗତ ଋତୁରେ ହିଁ ସିଏସକେ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ବିଜେତା ହୋଇଥିଲା । ଅବଶ୍ୟ ସିଏସକେର ଅଧିନାୟକ ପଦ ଧୋନି ଛାଡିବେ ବୋଲି ଆଶା କରାଯାଉଥିଲା । ହେଲେ ଏତେ ଶୀଘ୍ର ଘୋଷଣା କରିବେ ବୋଲି ଆଶା ନଥିଲା ।