ଏହି ରାଜ୍ୟରେ ବନ୍ଦ ହେଲା ସିନେମା ହଲ ଓ ସ୍କୁଲ

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ରମାଗତ ଭାବେ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାକାର ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ କିଛି ନୂଆ କଟକଣା ଲଗାଇଛନ୍ତି । ଏହି ନୂଆ କଟକଣା ଅନୁଯାୟୀରେ ମେଟ୍ରୋରେ ୫୦% ଲୋକ ଯାତ୍ରା କରିପାରିବେ । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଙ୍ଗ ସେଣ୍ଟର ଓ ଶିକ୍ଷା ଅନୁଷ୍ଠାନ ଆଦି ବନ୍ଦ ରହିବ । ବାହାଘର, ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଅଡ-ଇଭେନ ନିୟମ ଅନୁସାରେ ଖୋଲିବ ।

ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର । ସେହିପରି ଦିଲ୍ଲୀରେ ରାତ୍ରି କାଳୀନ କର୍ଫ୍ୟୁ ଲଗାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ସପିଂମଲ ୧୦ଟାରୁ ରାତି ୮ଟା ଯାଏଁ ଖୋଲିବ । ନିର୍ମାଣ କାର୍ଯ୍ୟ ଚାଲୁରହିବା ସହ ଶିଳ୍ପ ଉଦ୍ୟୋଗ ଖୋଲା ରହିବ । ରେଷ୍ଟୁରାଣ୍ଟ, ଦିଲ୍ଲୀ ମେଟ୍ରୋ ଓ ବାରରେ ୫୦% ଲୋକଙ୍କୁ ଅନୁମତି ମିଳିବ । ସେହିପରି ବେଙ୍କୁଏଟ ହଲ ଓ ଅଡିଟୋରିୟମ ସହ ସେଲୁନ, ବିଉଟି ପାର୍ଲର, ଜିମ, ଯୋଗ କେନ୍ଦ୍ର, ଏଣ୍ଟରଟେନମେଣ୍ଟ ପାର୍କ ବନ୍ଦ ରହିବ ।

ସେହିପରି ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ଯାଉଥିବା ବସରେ ୫୦% ଯାତ୍ରୀଙ୍କୁ ଅନୁମତି ମିଳିବ । ଅଟୋ, ଇ-ରିକ୍ସା, ଟ୍ୟାକ୍ସିରେ ଦୁଇରୁ ଅଧିକ ବସିପାରିବେ ନାହିଁ । ସ୍ପୋଟ୍ସ କମ୍ପେ୍ଲକ୍ସ, ଷ୍ଟାଡିୟମ ସ୍ୱିମିଙ୍ଗ ପୁଲ, ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟ ବନ୍ଦ ରହିବ ବୋଲି ଏହି ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।