ବିସିସିଆଇ ବସ୍‌ଙ୍କୁ କୋରନା

ନୂଆଦିଲ୍ଲୀ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଓମିକ୍ରନ ସଂଖ୍ୟା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନାଯୋଗ୍ୟ ଯେ, ଜାନୁୟାରୀ ୨୦୨୧ରେ ଗାଙ୍ଗୁଲିଙ୍କ ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ ହୋଇଥିଲା । ସୌରାଭ ଗାଙ୍ଗୁଲିଙ୍କ କରୋନା ପଜିଟିଭ୍‌ ଜଣାପଡିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ସେ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସିତ ହେଉଛନ୍ତି ।