୨୦୦୧ ମସିହା ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

ଆଡଗଡ଼ : କଟକ ଜିଲ୍ଲା ଆଠଗଡ ବ୍ଲକର ଯୋରନ୍ଦା ଗ୍ରାମପଞ୍ଚାୟତରେ ଅବସ୍ଥିତ ବହୁ ପୁରାତନ ସ୍କୁଲ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ୨୦୦୧ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାଚରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ ଜେନା, ନୂଆ ସାର, ଶ୍ରୀପତି ପଣ୍ଡା, ବୃନ୍ଦାବନ ସାହୁ ପ୍ରମୁଖ ଯୋଗ ଦେଇ ପଢୁଥିବା ବେଳର ସ୍ମୃତି ଉପରେ ଆଲୋଚନା କରି ଖୁସି ଅନୁଭବ କରିଥିଲେ ।

କରୋନା ମହାମାରୀ ପାଇଁ ଦୂରରେ ଥିବା କିଛି ଛାତ୍ରଛାତ୍ରୀମାନେ ଯୋଗ ଦେଇନଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀମାନେ ସେମାନଙ୍କର ଅନୁପସ୍ଥିିତିକୁ ଅନୁଭବ କରି ଆଗାମୀ ବର୍ଷ ସରକାର କରିଥିବା ନିୟମଗୁଡ଼ିକ ପରିବର୍ତ୍ତିତ ହେଲେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ହେବ ବୋଲି ଉକ୍ତ ବ୍ୟାଚର ଛାତ୍ର ଅଶୋକ କୁମାର ମଲ୍ଲିକ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାଶ୍ୱତ ଜେନା, ଅଶୋକ ବେହେରା, ପ୍ରିତିଶ ସ୍ୱାଇଁ, କୁନୁ ଜେନା, ଶଶଧର ବେହେରା, ବିଷ୍ଣୁ ସାସମଲ, ଲକ୍ଷ୍ମୀପ୍ରିୟା, ହରମୋହନ, ମାମି, କୁନି, ମାମିନା, ଦୀପକ ପ୍ରମୁଖ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।