ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଯିବେ ବୋଲି ଗଣମାଧ୍ୟମଙ୍କୁ କହିଛନ୍ତି । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ତାଙ୍କର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମିଳିସାରିଥିବା ସେ କହିଛନ୍ତି । ଏହି ଗସ୍ତକାଳରେ ତାଙ୍କୁ ଭେଟିବା ଲାଗି ଅନ୍ୟ ରାଜନୈତିକ ନେତୃବୃନ୍ଦଙ୍କ ଅନୁରୋଧ ମିଳିଛି । ତେବେ ସେମାନଙ୍କୁ ଭେଟିବା ଲାଗି ସମୟ ବାହାର କରିବେ ବୋଲି ମମତା କହିଛନ୍ତି ।