କିଙ୍ଗ ଖାନ ସହ ସ୍କ୍ରିନ୍‌ ଶେୟାର କରିବେ ନୟନତାରା

ମୁମ୍ବାଇ : ସାଉଥ୍‌ ଫିଲ୍ମମେକର ଏକ ନୂଆ ପ୍ରୋଜେକ୍ଟରେ ବଲିଉଡ୍‌ର କିଙ୍ଗ ଖାନ୍‌ କାମ କରିବା ଖବର ଉପରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଟାଇଟଲ ‘ସନକି’ । ଏଇଟି କମର୍ସିଆଲ ଏଣ୍ଟରଟେନର୍‌ ହେବ । ଶାହରୁଖଙ୍କ ଅପୋଜିଟରେ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ସ୍କ୍ରିନ ଶେୟାର କରିବା ଖବର ମଧ୍ୟ ବେଶ ଚର୍ଚ୍ଚିତ ହୋଇଛି । ଏବେ କିନ୍ତୁ ଖବରଟି ପୁଣି ଥରେ ଚର୍ଚ୍ଚାକୁ ଫେରିଛି । ଖବର ଅନୁସାରେ, ଫିଲ୍ମମେକର ଆଟଲି ନିଜର ଅପକମିଙ୍ଗ ପ୍ରୋଜେକ୍ଟରେ ଶାହରୁଖଙ୍କ ଅପୋଜିଟରେ ଫିମେଲ ଲିଡ୍‌ ଭାବେ ନୟନତାରାଙ୍କୁ ସାଇନ କରିଛନ୍ତି । ଉଭୟ ଆଟଲି ଓ ଶାହରୁଖ ଫିଲ୍ମକୁ ନେଇ ନୟନତାରାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ନୟନତାରା ଫିଲ୍ମ ପାଇଁ ଆବଶ୍ୟକ କାଗଜପତ୍ର କାମ ଶେଷ କରିଛନ୍ତି । ଫିଲ୍ମର ଫିମେଲଲିଡ୍‌ ଭୂମିକାକୁ ବେଶ ଭଲ ଭାବେ ଚିତ୍ରଣ କରାଯାଇଥିବାରୁ ନୟନତାରା ଏଥିରେ ହଁ ଭରିଛନ୍ତି । ଏହି ଫିଲ୍ମଟି ଏକାଧିକ ଭାଷାରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।