ଜିନ୍ସ ପିନ୍ଧିବାରୁ ନାତୁଣୀକୁ ପିଟିପିଟି ମାରିଦେଲେ ଦାଦା ଓ ଜେଜ

ୟୁପି: ନାବାଳିକା ଝିଅ ଜିନ ପିନ୍ଧିଲା ବୋଲି ପିଟିପିଟି ମାରିଦେଲେ ଦାଦା ଓ ଜେଜେ । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲା ମୌଦୀହ ପୋଲିସ ଷ୍ଟେସନ ଅଞ୍ଚଳରୁ । ଖବର ଅନୁସାରେ, ୧୭ ବର୍ଷୀୟା ନାବାଳିକା ଝିଅ କିଛିଦିନ ପାଇଁ ଗାଁ ବୁଲିବାକୁ ଆସିଥିଲେ । ସେ ଜିନ୍ସ ଟପ୍‌ ଓ ଟ୍ରାଉଜର ପିନ୍ଧିଥିଲେ । ଯାହା ଝିଅର ଜେଜେ ଓ ଦାଦାଙ୍କୁ ପସନ୍ଦ ଆସିନଥିଲା । ସେ ଝିଅ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଆଉ ଏହା ନପିନ୍ଧିବାକୁ କହିଥିଲେ । ଝିଅକୁ ବାରମ୍ବାର କହିବା ପରେ ସେ କାହା କଥାକୁ ଭୃକ୍ଷେପ କରିନଥିଲେ । ଝିଅ ପୁଣି ସେହି ପୋଷାକ ପିନ୍ଧିବାରୁ ଏଥିରେ କ୍ଷୁବ୍ଧ ହୋଇ ଝିଅକୁ ନୃଶଂସ ଭଳି ପିଟିପିଟି ମାରିଥିଲେ ଦାଦା ଓ ଜେଜେ । ଉଭୟଙ୍କ ମାଡ଼ରେ ଝିଅଟି ଗୁରୁତର ହୋଇଯିବାରୁ ଝିଅକୁ ଏକ ଅଟୋର ହସ୍ପିଟାଲ ନେଉଥିଲେ । ହେଲେ ଡାକ୍ତରଖାନା ଯିବା ବାଟରେ ହିଁ ଝିଅଟିର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ବାପା ପୁଅ ନାବାଳିକର ଶବକୁ ପୋଲ ଉପରୁ ଫିଙ୍ଗି ଦେବା ବେଳେ ଶବଟି ସେଠାରେ ଅଟକି ରହିଥିଲା । ପରେ ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଝିଅର ମାମୁ ଜେଜେ ଓ ଦାଦା ସମେତ ୪ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।