ଭୀଷଣ ଗରମରେ ଜଳୁଥିଲା ଦୁବାଇ : ଡ୍ରୋନ ଦେଲା ବର୍ଷା

ଦୁବାଇ : ୟୁଏଇରେ ଭୟଙ୍କର ଗରମ । ଏଥିପାଇଁ ଟେକ୍ନୋଲୋଜିର ସାହାଯ୍ୟରେ ବର୍ଷା କରାଇ ଏହାର ଦୁବାଇର ସହରକୁ ୫୦ ଡ଼ିଗ୍ରୀର ତାପମାତ୍ରାରୁ ଆଶ୍ୱସ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛି ୟୁଏଇ । ଏହି କୃତ୍ରିମ ବର୍ଷା ପାଇଁ ଡ୍ରୋନର ବ୍ୟବହାର କରିଛନ୍ତି ଏବଂ ସହରର ଲୋକ ରିମ୍‌ ଝିମ ବର୍ଷାର ଆନନ୍ଦ ନେଇଛନ୍ତି ।
ଅନେକ ଅଞ୍ଚଳରେ ଏହି ପ୍ରକ୍ରିୟାରେ ଏତେ ମାତ୍ରାରେ ବର୍ଷା କରାଯାଇଛି କି ପାଣିପାଗ ବିଭାଗକୁ ଅରେଞ୍ଜ ଆଲର୍ଟ ଜାରି କରିବାକୁ ପଡ଼ିଛି । ହେଲେ ଏହି ଟେକ୍‌ନିକ ଏବେ ମଧ୍ୟ ଟ୍ରାଏଲରେ ରହିଛି । କିନ୍ତୁ ଏହାର ସଫଳତା ନେଇ ଏହାକୁ ଆଗକୁ ଜାରି ରଖିବାକୁ ପଡ଼ିପାରେ ।