କମିଲା ଗ୍ୟାସ ସିଲିଣ୍ଡର ଦର

ମାତ୍ର ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନାହିଁ…..

ନୂଆଦିଲ୍ଲୀ : ଦରବୃଦ୍ଧି ସମୟରେ କମର୍ସିଆଲ ସିଲିଣ୍ଡର ପିଛା ୩୬ ଟଙ୍କା ହ୍ରାସ ପାଇଛି । ୧୯କିଲୋ କମର୍ସିଆଲ ସିଲିଣ୍ଡରରେ ଦିଲ୍ଲୀରେ ୨୦୧୨.୫୦ ଟଙ୍କା ସ୍ଥାନରେ ୧୯୭୬.୫୦ ଟଙ୍କା ରହିବ । କୋଲକାତାରେ ଏହାର ଦର ୨୧୩୨.୦୦ ଟଙ୍କା ବଦଳରେ ଗ୍ରାହକଙ୍କୁ ୨୦୯୫.୫୦ ଟଙ୍କା ଦେବାକୁ ପଡିବ ।

ସେହିପରି ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର କିଣିବାକୁ ହେଲେ ୧୯୩୬.୫୦ ଟଙ୍କା ଓ ଚେନ୍ନାଇରେ ୨୧୪୧ଟଙ୍କା ରହିଛି । ମାତ୍ର ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନାହିଁ । ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ୧୦୫୩ ଟଙ୍କା ରହିଛି । କୋଲକାତାରେ ଏହାର ଦର ୧୦୭୯ ଥିବା ବେଳେ ମୁମ୍ବାଇରେ ୧୦୫୨ ଓ ଚେନ୍ନାଇରେ ୧୦୬୮ ଟଙ୍କା ଅଛି । ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ କମର୍ସିଆଲ ସିଲିଣ୍ଡରର ଦର ୮.୫୦ ଟଙ୍କା କମିଥିଲା ।