ପ୍ରୋଫାଇଲ ଛବିରେ ରଖନ୍ତୁ ଜାତୀୟ ପତାକା: ମୋଦୀ

ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ…

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍‌କି ବାତ୍‌ରେ ସେ କହିଛନ୍ତି ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ । ସମସ୍ତେ ନିଜର ସୋସିଆଲ ମିଡ଼ିଆର ପ୍ରୋଫାଇଲ ପିକଚର ମଧ୍ୟ ତ୍ରିରଙ୍ଗ ରଖିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ । ସେହିପରି ଆଜାଦିକା ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବା ଦେଖି ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ।ହର୍‌? ଘର ତ୍ରିରଙ୍ଗ ଅଭିଯାନ ପାଇଁ ପତାକାର ଗାଇଡ଼ଲାଇନ ମଧ୍ୟ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ପଲିଷ୍ଟର, କାର୍ପାସ, ଉଲ, ସିଲ୍କ, ଖଦି କପଡ଼ାରେ ତିଆରି ହୋଇପାରିବ ପତାକା । ତା’ ସହିତ ସମୟ କିମ୍ବା ଆକାରରେ ମଧ୍ୟ କୌଣସି କଟକଣା ନାହିଁ ।