ଗୁଜରାଟ ଉପରେ ‘ଆପ’ର ନଜର

ନୂଆଦିଲ୍ଲୀ : ଚଳିତବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଗସ୍ତ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୋଟିଏ ସପ୍ତାହ ମଧ୍ୟରେ ଏହା କେଜ୍ରିୱାଲଙ୍କ ଦ୍ୱୀତିୟ ଗସ୍ତ କରିଛନ୍ତି । ଆଜି କେଜ୍ରିୱାଲ ପୋରବନ୍ଦର ବିମାନବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ସିଧା ସଳଖ ଗିରିସୋମନାଥ ଜିଲ୍ଲାରେ ଥିବା ଭେରାବାଲ ଅଭିମୁଖେ ଯାତ୍ରା କରିବେ । ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏ ଅବସରରେ ଆସନ୍ତା ବିଧାନସଭା ନିର୍ବାଚନ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି ।

ପରେ କେଜ୍ରିୱାଲ ରାଜକୋଟ ଅଭିମୁଖେ ଯିବେ । ସେଠାରେ ସେ ସଞ୍ଜୟ ରାଜଗୁରୁ କଲେଜ ପରିସରରେ ନିର୍ମିତ ଏକ ମନ୍ଦିରକୁ ଯାଇ ମହାଆଳତୀରେ ସାମିଲ ହେବେ । ଗତ ସପ୍ତାହରେ କେଜ୍ରିୱାଲ ରାଜକୋଟ ଗସ୍ତ କରିଥିଲେ । ଯଦି ରାଜ୍ୟରେ ଆପ ସରକାର ଗଢେ ତେବେ ବ୍ୟବସାୟୀଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଲାଗୁ କରାଯିବ ବୋଲି ସେ କହିଥିଲେ ।