ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଆଜି ଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇଛି। ସେହି ଅନୁସାରେ, ଦିଲ୍ଲୀରେ ପୂର୍ବରୁ ୧୭୩୪ ଟଙ୍କାରେ ମିଳୁଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ ଏବେ ୨୦୦୦.୫୦ ଟଙ୍କାରେ ବିକ୍ରୟ ହେବ। ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧,୯୫୦ ଟଙ୍କା, କୋଲ୍‌କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି।
ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍‌ କମ୍ପାନିମାନେ ଘରେ ରୋଷେଇ ପାଇଁ ବ୍ୟବହୃତ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି।