ବାଣ ଫୁଟାଇବା ନେଇ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଗ୍ରୀନ୍ କ୍ରାକରକୁ ମିଳିଲା ଅନୁମତି । ଗ୍ରୀନ୍ କ୍ରାକର ବିକ୍ରି ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଲ୍ ଓଡିଶା ଫାୟାର ଓ୍ବାର୍କସ ଡିଲରର୍ସ ଆସୋସିଏସନ୍ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ତେବେ ନିର୍ଦ୍ଧିଷ୍ଟ ସର୍ତ୍ତ ଆଧାରରେ ଗ୍ରୀନ୍ କ୍ରାକର ବିକ୍ରି ହୋଇପାରିବ । କେବଳ ରାତି ୮ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟି ପାରିବ । ବଜାରରେ କେବଳ ଗ୍ରୀନ୍ କ୍ରାକର ବିକ୍ରି ହେବା ଦାୟିତ୍ବ ରାଜ୍ୟ ସରକାରଙ୍କର । ଗ୍ରୀନ୍ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ଉଲଂଘନ ହେଲେ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇପାରିବ ।