ୟୁପି: ଗ୍ଲାମର୍ ଗାର୍ଲ ଅର୍ଚ୍ଚନା ଗୌତମଙ୍କୁ କଂଗ୍ରେସ ଟିକେଟ ଦେଇଥିବା ଜଣାପଡିଛି । ଅର୍ଚ୍ଚନା ମଡେଲିଂରୁ ରାଜନୀତିରେ ପାଦ ଦେଇଛନ୍ତି । ମେରଠର ହସ୍ତିନାପୁରରୁ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପକ୍ଷରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ମଧ୍ୟ ନିର୍ବାଚନକୁ ଓହ୍ଲାଇବେ । ଯାହାକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।
ସାଉଥ୍ ଇଣ୍ଡଷ୍ଟ୍ରିରେ ବିକିନି ଗାର୍ଲ ଭାବେ ଜଣାଶୁଣା ଅର୍ଚ୍ଚନା ଗୌତମ ଜଣେ ଅଭିନେତ୍ରୀ, ମଡେଲ ଓ ବ୍ୟୁଟି ପେଜେଣ୍ଟ ବିଜେତା । ସେ ୨୦୧୪ରେ ମିସ୍ ଉତ୍ତର ପ୍ରଦେଶ ହୋଇଥିଲେ ଅର୍ଚ୍ଚନା । ପରେ ମିସ୍ ବିକିନି ଇଣ୍ଡିଆ, ମିସ୍ ବିକିନି ୟୁନିଭର୍ସ ଇଣ୍ଡିଆ ଓ ମିସ୍ ବିକିନି ୟନିଭର୍ସ ବିଜେତା ହୋଇଥିଲେ । ସେହିପରି ସେ ୨୦୧୮ରେ ମିସ୍ କୋସମୋସ୍ ୱାର୍ଲ୍ଡରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ ।