ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଦେଶରେ ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଆସନ୍ତା ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ବଜେଟ ଉପସ୍ଥାପନ କରିବେ । ଜାନୁଆରି ୩୧ ତାରିଖ ଦିନ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ସଂସଦର ଦୁଇଟି ଗୃହର ମିଳିତ ଅଧିବେଶନରେ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ସେହିପରି ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଆସନ୍ତା ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟାର୍ଦ୍ଧ ମାର୍ଚ୍ଚ଼ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ବଜେଟ ଅଧିବେଶନର ଚାଲିବ ସୂଚନା ମିଳିଛି ।