ନୂଆଦିଲ୍ଲୀ : ଖାଉଟିଙ୍କୁ ଆଶ୍ୱସ୍ତି । ଶସ୍ତା ହେଲା ଖାଇବା ତେଲ । ଅଧିକାଂଶ ଖାଇବା ତେଲ କମ୍ପାନି ସେମାନଙ୍କ ଉତ୍ପାଦଗୁଡିକର ଦର ହ୍ରାସ କରିଛନ୍ତି । ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଲାଗି କମ୍ପାନିଗୁଡିକ ଖୁଚୁରା ଦରରେ ୧୦ରୁ ୧୫ ପ୍ରତିଶତ ହ୍ରାସ କରିଥିବା ଶିଳ୍ପସଂଘ ଏସଇଏ ପକ୍ଷରୁ ସୂଚନା ମିଳିଛି । ବହୁ ଜଣାଶୁଣା ବ୍ରାଣ୍ଡ କମ୍ପାନିଗୁଡିକ ଦର ହ୍ରାସ କରିଥିବା ଜଣାପଡ଼ିଛି । ଏସଇଏ ଏହାର ଏକ ବିବୃତିରେ ପ୍ରକାଶ କରିଛି ଯେ, ଆମର ସଦସ୍ୟ କମ୍ପାନିଗୁଡିକ ଖାଉଟିଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ସେମାନଙ୍କ ଉତ୍ପାଦଗୁଡିକର ଦରରେ ୧୦ରୁ ୧୫% ହ୍ରାସ କରିଛନ୍ତି