୧୧ ହଜାର କୋଟିର ମେଟ୍ରୋ ପ୍ରକଳ୍ପ ଉଦଘାଟନ କଲେ ମୋଦି

ଲକ୍ଷେ୍ନø: ୟୁପିର କାନପୁରରେ ୧୧ ହଜାର କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ । ସେହିପରି କାନପୁର ମେଟ୍ରୋ ଟ୍ରେନକୁ ଉଦଘାଟନ କରିବା ପରେ ଉଭୟେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ ।

କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୨ କିମି ଓ ଏଥିପାଇଁ ୧୧ ହଜାର କୋଟି ଟଙ୍କାର ବ୍ୟୟ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ୨୦୧୯ ନଭେମ୍ବର ୧୫ରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବରୁ ମୋତି ଝେଲରୁ କାନପୁର ଆଇଆଇଟି ପର୍ଯ୍ୟନ୍ତ ଟ୍ରାଏଲ ରନ୍‌ ଆରମ୍ଭ ହୋଇଥିଲା । ଏହି ମେଟ୍ରୋ ପ୍ରକଳ୍ପର କାର୍ଯ୍ୟ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମୀକ୍ଷା କରିଥିଲେ ।