ଶୀତ ପାଇଁ ୧୫ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଲକ୍ଷେ୍ନø: ବିଭିନ୍ନ ରାଜ୍ୟରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଇଛି । ଏହାକୁ ନେଇ ସେଠାକାର ସରକାର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେଇଛନ୍ତି ।

ସ୍କୁଲକୁ ୧୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ୩୧ରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଶୀତ କାଳୀନ ଅବକାଶ ରହିବ । ଏହା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ ।