ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବର୍ଷା କାରଣରୁ ଆଜି ଗୋଟିଏ ଦିନ ପାଇଁ ଶିମିଳିପାଳ ବନ୍ଦ ରହିବ । ଏନେଇ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟରେ ଏବେ ଓମିକ୍ରନ ମାମଲା ଦେଖାଦେଇଥିବାରୁ ପୂର୍ବାପେକ୍ଷା କୋଭିଡ୍ ଗାଇଡଲାଇନ୍ କୁ ମଧ୍ୟ ବଢ଼ାଇ ଦିଆଯାଇଛି ।