ମହାରାଷ୍ଟ୍ରରେ ଗଣେଶ ଉତ୍ସବ ମଧ୍ୟରେ କରୋନା କହର

କରୋନ ଯୋଗୁ ୨ ବର୍ଷ ପରେ ମହାରାଷ୍ଟ୍ରରେ ବେଶ୍‌ ଧୁମଧାମରେ ଗଣେଶ ଉତ୍ସବ ପାଳନ କରାଯାଉଛି….

ମୁମ୍ବାଇ : ମୁମ୍ବାଇରେ ଗୋଟିଏ ପଟେ ଗଣେଶ ଉତ୍ସବ ଜାରି ରହିଥିବାବେଳେ ଅନ୍ୟପଟେ କରୋନା କହର ଦେଖିବାକୁ ମିଳିଛି । କରୋନା ମାମଲା ବଢି ନଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଗତ ୩ ଦିନରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସମ୍ପୃକ୍ତ ମୃତକଙ୍କ ବୟସ ୫୦ରୁ ଅଧିକ ହୋଇଥିବାବେଳେ ମଧୁମେହ, ଉଚ୍ଚ଼ ରକ୍ତଚାପ ଓ କୀଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ସୂଚନାଯୋଗ୍ୟ, କରୋନ ଯୋଗୁ ୨ ବର୍ଷ ପରେ ମହାରାଷ୍ଟ୍ରରେ ବେଶ୍‌ ଧୁମଧାମରେ ଗଣେଶ ଉତ୍ସବ ପାଳନ କରାଯାଉଛି ।