ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଗତ ବଢିଚାଲିଥିଲା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୦ହଜାର ନିକଟବର୍ତ୍ତୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ପାର କରିଛି। ୨୪ଘଣ୍ଟାରେ ୭୯,୪୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୬୯ଜଣ ମୃତ୍ୟୁବରଣ କରିଛନ୍ତି। ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦୮୪୨ରେ ପହଞ୍ଚିଛି।


ସମଗ୍ର ଦେଶରେ ୬୪,୭୩,୫୪୪ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୪୨୭୭୦୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦୦୮୪୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୭୯,୪୭୬ ଆକ୍ରାନ୍ତଙ୍କୁ ମିଶାଇ ବତ୍ତର୍ମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୪୯୯୬ ରହିଛି।

ଏହାକୁ ନେଇ ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୫୬ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୩.୮୪ ପ୍ରତିଶତ ରହିଛି। ସାରା ବିଶ୍ବରେ ଭାରତର ସୁସ୍ଥତାର ହାର ଏବେ ସବୁଠାରୁ ଅଧିକ ରହିଥିବା ବେଳେ ଦ୍ବିତୀୟରେ ରହିଛି ଆମେରିକା।