ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ: ଫରେନସିକ୍ ରିପୋର୍ଟ

ମୁମ୍ବାଇ: ଆତ୍ମହତ୍ୟା କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ।ତାଙ୍କୁ ହତ୍ୟା କରାଯାଇନି। ଏହା ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟରେ ଦର୍ଶାଯାଇଥିଲା ବେଳେ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ତିନି ମାସ ହେଲାଣି ହେଲେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରି ନାହିଁ। ତାଙ୍କୁ ମୃତ୍ୟୁ ହତ୍ୟା ନା ସେ ଆତ୍ମହତ୍ୟା ତାହାବି ଏଯାବତ ସ୍ପଷ୍ଟ ହୋଇନାହିଁ। ଏ ନେଇ ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ କଥା ସାମ୍ନାକୁ ଆସିପାରି ନାହିଁ। ଏ ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। କାରଣ ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ବିଷୟରେ ଦର୍ଶାଯାଇଛି।

ତେବେ ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ, ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ସ ମେଡିକାଲ୍ ବୋର୍ଡ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିବିଆଇ ପାଖକୁ ପଠାଇଥିଛନ୍ତି। ଏମ୍ସର ରିପୋର୍ଟ ପାଇବା ପରେ, ଯଦି ସୁଶାନ୍ତ ହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ।

ଅନ୍ୟପଟେ ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି, ଯାହାର ଯାଞ୍ଚ ଚାଲିଛି। ହେଲେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ତଦନ୍ତକୁ ସାରାଦେଶରେ ନଜର ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ତଦନ୍ତ ପାଇଁ ସିବିଆଇ ୨୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି।