କରୋନା ସ୍ଥିତି ଭୟଙ୍କର : ଦେଶରେ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭୟଙକର ସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ ଦିନ ଶହ ଶହ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିବା ଦେଶବାସୀଙ୍କ ମନରେ ଭୟ ସଞ୍ଚାର କରିଛି। ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭କୁ ବୃଦ୍ଧି ପାଇଛି।

ସେହିଭଳି ଗୋଟିଏ ଦିନରେ ୫୫ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୮୭୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୭ଲକ୍ଷ ଟପିଯାଇଥିବା ବେଳେ ଏବେ ୬ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୦ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।