ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା,ଦିନକରେ ଦେଶରେ ୮୯,୧୨୯ ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ଛୁଉଁଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୮୯ ହଜାର ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୭୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୪୪ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହୋଇଥିବାରୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୫୮ ହଜାର ୯୦୯ ରହିଛି । ଆଜିସୁଦ୍ଧା ସାରା ଦେଶରେ ମୋଟ୍ ୧ କୋଟି ୨୩ ଲକ୍ଷ ୯୨ ହଜାର ୨୬୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ୧ ଲକ୍ଷ ୬୪ ହଜାର ୧୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏପଟେ ସରକାର କରୋନା ଟିକାକରଣକୁ ଜୋରଦାର କରିଛନ୍ତି ।