ଆଜି ଗୁଡ୍ ଫ୍ରାଇଡେ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ କରୋନା ହଠାତ୍‌ ଲମ୍ବ ଡିଆଁ ମାରୁଥିବାରୁ ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଆଜି ଗୁଡ୍ ଫ୍ରାଇଡେ ପାଳନ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଲଗାଯାଇଛି । ବିଏମ୍‌ସି ଅଧୀନ କୌଣସି ସର୍ବସାଧାରଣ ସ୍ଥାନରେ ସମାବେଶକୁ ବାରଣ କରାଯାଇଛି ।

ଚର୍ଚ୍ଚରେ ୫୦ ଭିତରେ ଲୋକଙ୍କୁ ନେଇ ଧାର୍ମିକ ରୀତିନୀତି କରିବାକୁ ଅନୁମତି ଦେଇଛି ବିଏମ୍‌ସି। ୬ ଫୁଟ ସାମାଜିକ ଦୂରତ୍ୱ ମାନି ଧାର୍ମିକ କାର୍ଯ୍ୟ କରାଯାଇପାରିବ। ଚର୍ଚ୍ଚ ଭିତରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଭାଗ ନେବାକୁ ବାରଣ କରାଯାଇଛି ।