ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୫ ଲକ୍ଷ ପାର୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ଦେଶରେ ଏବେ ମୋଟ୍ ସଂକ୍ରମଣ ୬୫ ଲକ୍ଷ ୪୯ ହଜାର ୩୭୩ରେ ପହଞ୍ଚିଛି। ସକ୍ରିୟ ମାମଲା ୯ ଲକ୍ଷ ୩୭ ହଜାର ୬୨୫ ରହିଛି। ମୋଟ୍ ୫୫ ଲକ୍ଷ ୯ ହଜାର ୭୬୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧ ଲକ୍ଷ ୧ହଜାର ୭୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି।