ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୯ ହଜାର ୮୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା। ୮୦ ଲକ୍ଷ ପାର୍ ହୋଇଛି। ଦେଶରେ ଏବେ ସୁଦ୍ଧା ୮୦ ଲକ୍ଷ ୪୦ ହଜାର ୨୦୩ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନାରେ ୫୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୫୧୭ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି।ଏବେ ଦେଶରେ ସକ୍ରିୟ ଅଛନ୍ତି ୬ ଲକ୍ଷ ୩ ହଜାର ୬୮୭ ଜଣ। ୭୩ ଲକ୍ଷ ୧୫ ହଜାର ୯୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।