ନଭେମ୍ବର ୩୦ ଯାଏ ଉଡ଼ିପାରିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ବଳବତ୍ତର ରଖିଛନ୍ତି। ଆସନ୍ତା ନଭେମ୍ବର ୩୦ ତାରିଖ ଯାଏ ଭାରତରୁ ବିଦେଶକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ। ଆଜି ଏନେଇ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ବନ୍ଦେ ଭାରତ ମିଶନ ଜରିଆରେ କିଛି ବିମାନ ସରକାରଙ୍କ ଅନୁମତିକ୍ରମେ ବିଦେଶକୁ ଉଡ଼ାଣ କରିପାରିବ। ସେହିପରି ଆବଶ୍ୟକ ପଡ଼ିଲେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ। ତେବେ ଦେଶ ମଧ୍ୟରେ ପୂର୍ବଭଳି କଟକଣା ଭତ୍ତିରେ ବିମାନ ସେବା ଜାରି ରହିବ।

ମାର୍ଚ୍ଚ ୨୩ରୁ ହିଁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଛି। ତେବେ ବନ୍ଦେ ଭାରତ ମିଶନ ଜରିଆରେ ମେ’ ମାସରୁ କିଛି ଦେଶକୁ ସହଯୋଗ ଭିତ୍ତିରେ ବିମାନ ଉଡ଼ାଣ ହୋଇଛି। ସେହିପରି ଭାରତ ସରକାର ଆମେରିକା, ବ୍ରିଟେନ, କେନିୟା, ଭୁଟାନ ଓ ଫ୍ରାନ୍ସ ଭଳି ୧୮ଟି ଦେଶର ସହ ଏୟାର ବବଲ୍ସ ଚୁକ୍ତି କରିଛନ୍ତି। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସହଯୋଗୀ ଭିତ୍ତିରେ ବିମାନ ସେବା ଆରମ୍ଭ କରାଯାଇ ପାରିବ।