ଦେଶରେ ୭୩,୨୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ପ୍ରାୟ ୭୩ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୨୭୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୬ଜଣଙ୍କ ମୃତ୍ୟୁ ଘଟିଛି।

ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୮୩୧୮୫ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୭୪୧୬କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆରୋଗ୍ୟ ସଂଖ୍ୟା ୫୯୮୮୮୨୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଭାରତରେ ୭୩,୨୭୨ ନୂଆ ମାମଲା ସାମ୍ନାକୁ ଆସିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ।
ଏହା ସହ ଦେଶରେ ଅକ୍ଟୋବର ୯ପର୍ଯ୍ୟନ୍ତ ୮,୫୭,୯୮,୬୯୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ୧୧,୬୪,୦୧୮ନମୁନା ପରୀକ୍ଷା କରାଯାଇଛି।