ସୋସିଆଲ୍ ମିଡିଆରେ ଧୋନୀଙ୍କ ଝିଅକୁ ବଳାତ୍କାର କରିବାର ଧମକ

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜୀଭାଙ୍କୁ ବଳାତ୍କାର କରିବାକୁ ଧମକ ଦେଇଛନ୍ତି କିଛି ଦୁଷ୍ଟ ବ୍ୟକ୍ତି। ଯେଉଁମାନେ ନିଜୁକ  ସିଏସକେର ପ୍ରଶଂସକ ବୋଲି ଦାବି ମଧ୍ୟ କରିଛନ୍ତି ।

ସେଲିବ୍ରିଟି ହୁଅନ୍ତେ ଅବା କ୍ରିକେଟର ଫ୍ୟାନଙ୍କ ସହ  ଯୋଗାଯୋଗ କରିବାର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ । ଏହା ଦ୍ୱାରା ଲୋକେ ଏମାନଙ୍କ ପ୍ରତିଥିବା ଭାବର କମେଣ୍ଟ ମାଧ୍ୟମରେ ପରିପ୍ରକାଶ କରିଥାନ୍ତି । ସେଲିବ୍ରିଟି ଓ କ୍ରିକେଟରମାନଙ୍କ କମେଣ୍ଟ ବକ୍ସରେ ଭଲ ପାଇବା ସହ ଭରି ରହିଥାଏ ଗାଳି।  ନିଜକୁ ଫ୍ୟାନ ଦାବି କରୁଥିବା କିଛି ଖଳ ପ୍ରକୃତିର ଵ୍ୟକ୍ତି ସେଲିବ୍ରେଟିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଗାଳି ଦେବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ। ଏଥିରୁ କେମିତି ବର୍ତ୍ତି ପାରିଥାନ୍ତେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ ) ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଚଳିତ ଆଇପିଏଲରେ ଖରାପ ସମୟ ଦେଇ ଗତି କରୁଛି  ସିଏସକେ । ଧୋନିଙ୍କ ନେତୃତ୍ଵାଧୀନ ଦଳ ୬ ମ୍ୟାଚରୁ କେବଳ ଦୁଇଟି ଜିତିବାକୁ ସକ୍ଷମ ହୋଇଛି । ଏହି ସମୟରେ ହିଁ ଧୋନିଙ୍କ ଝିଅକୁ ବଳାତ୍କାର କରିବାକୁ ଧମକ ଦେଇଛନ୍ତି କିଛି ଦୁଷ୍ଟ ବ୍ୟକ୍ତି, ଯେଉଁମାନେ ନିଜୁକ  ସିଏସକେର ପ୍ରଶଂସକ ବୋଲି ଦାବି ମଧ୍ୟ କରିଛନ୍ତି ।

 
ଅନ୍ୟପଟେ ସୋସିଆଲ୍ ମିଡିଆର ଏଭଳି ମନ୍ତବ୍ଯ କୁ ନେଇ ଖୁସି ନାହାନ୍ତି ସିଏସକେ ଫ୍ୟାନ । ଏହି କାରଣରୁ ଧୋନିଙ୍କୁ ସୋସିଆଲ ମିଡିଆ ତଥା ମୁଖ୍ୟତଃ ଇନଷ୍ଟାଗ୍ରାମରେ ପ୍ରବଳ ସମାଲୋଚନା କରାଯିବା ସହ ଗାଳି କରାଯାଉଛି । ଏପରିକି ଇନଷ୍ଟାଗ୍ରାମରେ କିଛି ୟୁଜର୍ସ ଧୋନିଙ୍କ ୫ ବର୍ଷୀୟା ଝିଅ ଜିଭାଙ୍କୁ ବଳାତ୍କାର ଧମକ ଦେଇଛନ୍ତି । ଏହି ଧମକର ସ୍କ୍ରିନ ଶଟ ଘୁରି ବୁଲୁଛି ସୋସିଆଲ ମିଡିଆରେ । ସେଲିବ୍ରିଟି ମାନଙ୍କ ପ୍ରତି ଏଭଳି ଘୃଣ୍ୟ କମେଣ୍ଟକୁ ବହୁ ସଂଖ୍ୟାରେ ୟୁଜର୍ସ ସମାଲୋଚନା କରିଛନ୍ତି ।

ଏଠାରେ ଉଲ୍ଲେଖ ଥାଉକି, ଦେଶର ସବୁଠୁ ସଫଳ କ୍ରିକେଟ ଅଧିନାୟକ ଧୋନି ଗତ ଅଗଷ୍ଟ ୧୫ ତାରିଖରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ନେଇଥିଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ । ଦୁଃଖର ବିଷୟ ହେଉଛି ଯେ , ସେହି ପୋଷ୍ଟରେ ହିଁ ଜୀଭାଙ୍କୁ ଵାଳାତ୍କାର ନେଇ କମେଣ୍ଟ କରାଯାଇଛି । ଚଳିତ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ। କେକେଆର ବିପକ୍ଷ ମ୍ୟାଚରେ ୪ର୍ଥ କ୍ରମରେ ଆସିଥିବା ଧୋନି ମାତ୍ର ୧୨ ବଲରେ ୧୧ ରନ କରିଥିଲେ । ସେ ୫ ଇନିଂସରେ ୧୦୨ ରନ କରି ପାରିଛନ୍ତି ।