ପିଲାଙ୍କ ଲାଗି କୋଭାକ୍ସିନକୁ ମିଳିପାରେ ମିଳିପାରେ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ଖୁବଶୀଘ୍ର ପିଲାଙ୍କୁ କୋଭାକ୍ସିନ ଦେବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗ୍ରୀନ ସିଗନାଲ ଦେଇପାରେ । ଏନେଇ ଡାକ୍ତର ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା । ଏବେ ବିଶ୍ୱରେ କୋଭାକ୍ସିନର ଗ୍ରହଣୀୟତା ବଢିବା ସହ ପୃଥିବୀର କୌଣସି ଦେଶକୁ ଗଲେ ବି କୋଭାକ୍ସିନ ନେଇଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେ କହିଛନ୍ତି କୋଭାକ୍ସିନକୁ ଅନୁମତି ଦେବା ଲାଗି ‘ହୁ’ ଅନେକ ସମୟ ନେଇଛି । ସେହିପରି ଶିଶୁ ଓ ନବଜାତଙ୍କ କ୍ଷେତ୍ରରେ କୋଭାକ୍ସିନର ପ୍ରଭାବ ନେଇ ବିଭିନ୍ନ ତଥ୍ୟକୁ ସମୀକ୍ଷା କରାଯାଉଛି । ଖୁବଶୀଘ୍ର ପିଲାଙ୍କୁ ଟିକା ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।