ଏବେ ବିଦେଶରେ ଦିଆଯିବ ଭାରତୀୟ ଟିକା

ନୂଆଦିଲ୍ଲୀ: ଆମେରିକାରରେ ଜରୁରୀକାଳୀନ ବ୍ୟବହାର ଲାଗି କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଏହି ନିଷ୍ପତ୍ତି ନେଇଛି । ଏହି ଟିକାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ସିଡିସି ପକ୍ଷରୁ ଏନେଇ ଗାଇଡଲାଇନ ଜାରି କରାଯାଇଛି । ଖାଦ୍ୟ ଓ ଔଷଧ ପ୍ରଶାସନ ଏସମ୍ପର୍କରେ ଅବଗତ କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ ଅଧିକାରୀ ଏକ ଗଣମାଧ୍ୟମକୁ କହିଛନ୍ତି ଯେ ଜରୁରୀକାଳୀନ ବ୍ୟବହାର ତାଲିକା ଟିକା ପାଇଁ ପ୍ରଯୁଜ୍ୟ ଏବଂ ଯେକୌଣସି ନୂତନ ଟିକା ଅନ୍ତର୍ଭୁକ୍ତ କରେ ତାହା ସମୟ ସହ ସେହି ତାଲିକାରେ ଯୋଡି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ କୋଭିଡ ବିରୋଧରେ ୭୭.୮ ପ୍ରତିଶତ ସଫଳ ହେଉଛି ।