ସନଗ୍ଲାସ ପିନ୍ଧି ଶେଷ ମ୍ୟାଚ ଖେଳିଲେ ଗେଲ୍‌

ଆବୁଧାବି : ଆବୁଧାବିରେ ଖେଳାଯାଇଥିବା ଆଇସିସି ଟି-୨୦ ବିଶ୍ୱକପ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୧୫୮ରନର ବିଜୟ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ । ତେବେ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ଦୁଇ କ୍ରିକେଟର କ୍ରିସ ଗେଲ ଓ ଡ୍ୱେନ ବ୍ରାଭୋ ତାଙ୍କର ଶେଷ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଗେଲ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବେ ମନେ ରହିବେ । ସେ ଖେଳିଥିବା ନିଜର ଶେଷ ଇନିଂସରେ ୧୫ ରନ କରି ଆଉଟ ହୋଇଥିଲେ । ତେବେ ସେ ସନଗ୍ଲାସ ପିନ୍ଧି ବ୍ୟାଟିଂ କରିଥିବାର ଦେଖିବାକୁ ମିଳିଥିଲା ।