କୋଭିଡ ଟିକାକରଣକୁ ବ୍ୟାପକ କରାଯିବ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଗତ ୨୪ ଘଂଟା ମଧ୍ୟରେ ସମୁଦାୟ ୧୨.୭୭ ଲକ୍ଷରୁ ଅଧିକ ଟିକା ଦିଆଯାଇଛି…
ନୂଆଦିଲ୍ଲୀ : କରୋନା ଟିକରଣକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୂତ୍ରରୁ ପ୍ରକାଶ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହରଘର ଅଭିଯାନ ଅନ୍ତର୍ଗତ ଟିକାକରଣ ପ୍ରତ୍ୟେକ ଦ୍ୱାରଦେଶରେ ପହଞ୍ଚିବ ବୋଲି ଯୋଜନା ଚଳାଇଛି । ଦେଶବ୍ୟାପି କରୋନା ଟିକାକରଣ ଅଭିଯାନରେ ୧୯୫.୮୪ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟା ମଧ୍ୟରେ ସମୁଦାୟ ୧୨.୭୭ ଲକ୍ଷରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୯୩.୫୩ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି ।