ଅଗ୍ନିପଥ ବିରୋଧ ଘଟଣା: ହରିୟାଣାରେ ଇଣ୍ଟରନେଟ ବନ୍ଦ

ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ପରେ ହରିୟାଣା ସରକାର ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି….

ଚଣ୍ଡିଗଡ : ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି । ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ପରେ ହରିୟାଣା ସରକାର ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଭୁଲ ସୂଚନା ପ୍ରସାରିତ ହେଉଥିବାରୁ ଏହାକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଜରୁରୀକାଳୀନ ନିର୍ଦ୍ଦେଶ ଭାବେ ଏହାକୁ ଜାରି କରାଯାଇଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ସୂଚନା ଥାଉ କି ଭାରତୀୟ ସେନାରେ ନିଯୁକ୍ତି ପାଇଁ ଏହି ନୂଆ ଯୋଜନାକୁ ଅନେକ ଛାତ୍ର ବିରୋଧ କରିଛନ୍ତି ।