ବିଶ୍ୱ ପିତୃ ଦିବସ: ବାପାଙ୍କ କଥା ଭାବି ମୋ ପିଲା ଦିନର କଥା ମନେ ପଡେ

ବିଶ୍ୱ ପିତୃ ଦିବସ ..ପ୍ରଣମୁଛି ତୁମ୍ଭ ପୁତ୍ର । ଦେଇ ପାଦ ଧୂଳି ଘେନ ପୁଷ୍ପାଞ୍ଜଳି, ଝୁରୁଛି ମୁଁ ଦିବାରାତ୍ର..

ବିଶ୍ୱ ପିତୃ ଦିବସ। ଆଜି ପିତୃ ଦିବସରେ ବାପାଙ୍କ କର୍ତ୍ତବ୍ୟ ଯାହା ତାହା ଖିଲାପ କରି ନାହାନ୍ତି ମୋ ବାପା।ମୋ ବାପାଙ୍କ କଥା ଭାବି ମୋ ପିଲା ଦିନର କଥା ମନେ ପଡେ ପିତା ବାରୁଣୀ ଚନ୍ଦ୍ର ଦିକ୍ଷୀତ,ମାତା ବୀଣା ପାଣି ଦିକ୍ଷୀତ,ତାଙ୍କର ୪ ଟି ସନ୍ତାନ ରାଜେଶ କୁମାର ଦିକ୍ଷୀତ,ସଙ୍ଘମିତ୍ରା ଦିକ୍ଷୀତ,ସିତାରାମ ଦିକ୍ଷୀତ, ସୁନିତା ରାଣୀ ଦିକ୍ଷୀତ,ଚାରି ବର୍ଷ ହୋଇଗଲା ମୋ ବାପା ଙ୍କ ମୃତ୍ୟୁ।ପ୍ରକୃତରେ ଦୁଇଟି ସତ୍ୟ ଜନ୍ମ ଓ ମୃତ୍ୟୁ ଏହା ଛଡା ଆଉ ନିରାଟ ସତ୍ୟ ସ୍ବରୂପ କିଛି ନାହିଁ। ତାଙ୍କ ଜୀବନ ସେ କଷ୍ଟ ଅନୁଭବ କରିଛନ୍ତି ତାହା କିଛି ମୁଁ ଉଲ୍ଲେଖ କରୁଛି। ଜଣେ ପୂଜକ ଭାବରେ କଲିକତା ଟିକିଆ ପଡା ବେଳେରେଶ ରୋଡ଼ ପୋଲିସ ଷ୍ଟେସନ ପାଖରେ ଛୋଟିଆ ମନ୍ଦିରରେ ଲଷ୍ମୀ ନାରାୟଣ ମନ୍ଦିର ରେ ଗୋଟିଏ ମାସ ପୂଜା କରନ୍ତି ଏବଂ ୭ ମାସ ଧରି ବୁଲି ବୁଲି ଦୋକାନ ବଜାର ବୁଲି ପୂଜା କରନ୍ତି।ନା ଖରା ନା ବର୍ଷା ଖାତିର କରନ୍ତିନାହିଁ ।

ମୋ ବାପା ଙ୍କ ଅନୁଭୂତି ଥିଲା ଯେ ମୋ ପୁଅ ଝିଅ ଯାହା ପଡିବେ ମୁଁ ପଢେବି ଏହା ଲକ୍ଷ୍ୟ ଥିଲା ତାଙ୍କର କେବେ ପଢା ପାଇଁ ଯାହା ଆବଶ୍ୟକ ତାହା ଆମକୁ ଦିଅନ୍ତି ପଢେଇବା ପାଇଁ।ପୂଜା ପର୍ବ ଉପଲକ୍ଷେ ଡ୍ରେଶ,ସ୍କୁଲ ଯିବା ଖର୍ଚ୍ଚ,କଲେଜ ଯିବା ଖର୍ଚ୍ଚ ଦିଅନ୍ତି। ସନ୍ତାନ ପ୍ରତି ପିତାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ପ୍ରତି ବର୍ଷ ଜୁନ ମାସ ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ଆଉ ଚଳିତ ବର୍ଷ ମଧ୍ୟ ଏହି ଦିନକୁ ବହୁ ଧୁମ ଧାମରେ ପାଳୁଛନ୍ତି ସନ୍ତାନମାନେ । ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । କଥାରେ ଅଛି ବାପା ଥିଲା ପୁଅ ସଭାରେ ହାରେନି। ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି ।

ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ମୁହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର।

ବାପା ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ ‘ ପିତୃଦିବସ ପାଳନ କରାଯାଏ ।
ସନ୍ତାନସନ୍ତତିମାନେ ପିତାଙ୍କ ତ୍ୟାଗ ଓ ଭଲ ପାଇବାକୁ “ପୂଜନୀୟ ବାପା ପରମ ଠାକୁର, ଖାଲି ଏତିକି ନୁହେଁ ବରଂ ବାପା ପରିବାର ପାଇଁ ଛାତଟିଏ ଭଳି ସଜାଗ ରହିଥାନ୍ତି । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ମୁହଁରେ ସିଏ ଆହର ଦେଇଥାନ୍ତି । ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ । ଆପଦ ବିପଦରେ ତାଙ୍କରି ଛତ୍ରଛାୟା ତଳେ ପରିବାର ସୁରକ୍ଷିତ ରହେ । କଥାରେ ଅଛି ‘ବାପା ଥିଲା ପୁଅ ସଭାରେ ହାରେନି’, ଏହି ଉକ୍ତିଟି ବାସ୍ତବରେ ସତ୍ୟ । ଯିଏ ବାପାଙ୍କୁ ହରାଇଛି, ସେ ହିଁ ଏହାର ତାପର୍ଯ୍ୟ ବୁଝିପାରିଛି । ସେହି ହତଭାଗ୍ୟ ସନ୍ତାନ ମଧ୍ୟରୁ ମୁଁ ମଧ୍ୟ ଜଣେ । ଯେତେବେଳେ ବାପା ପାଖରେ ଥିଲେ ଘର ସଂସାର, ପରିବାର ଓ ବନ୍ଧୁ ବାନ୍ଧବ କଥା ମୋ କାନକୁ ଆସୁନଥିଲା । ସବୁ ସୁବିଧା ଓ ଅସୁବିଧା ସେ ନିଜ ମୁଣ୍ଡକୁ ନେଇ ସମ୍ଭାଳି ନେଉଥିଲେ ।

ମାତ୍ର ବାପା ଆରପାରିକୁ ଚାଲିଯିବା ପରେ ମୁଁ ଏହାର ଅର୍ଥ ବୁଝିପାରିଛି ଓ ପରିବାରର ବୋଝ ମୁଣ୍ଡକୁ ନେଇଛି । ତେଣୁ ମୁଁ ପ୍ରତି ମୁହୁର୍ତରେ ବାପାଙ୍କୁ ମନେ ପକାଉଛି ।ଧର୍ମାନୁସାରେ ପିତାଙ୍କ ଗୁରୁତ୍ୱ ଏତେ ଅଧିକ ଯେ, ତାଙ୍କ ଋଣ କାଳେ କାଳେ ଯେତେ ଯାହା କଲେ ଅଶୁଝା ହୋଇଯାଏ । ଜଣେ ବ୍ୟକ୍ତିକୁ ତିନୋଟି ଋଣ ଶୁଝିବାକୁ ହୁଏ – ମାତୃ/ପିତୃଋଣ, ଗୁରୁଋଣ ଏବଂ ଦେବ ଋଣ । ଏମାନଙ୍କ ମଧ୍ୟରେ ପିତୃଋଣ ହିଁ ସବୁଠୁ ଅଧିକ । ଏଥିରୁ ମୁକ୍ତି ପାଇବାକୁ ହେଲେ ଦୁଇଟି କଥା କରିବାକୁ ହୁଏ, ପ୍ରଥମଟି ପିତୃସେବା ବା ପିତୃପୂଜା ଏବଂ ତୃତୀୟଟି ପୁତ୍ର ସନ୍ତାନର ପିତା ହେବା ଯିଏ କି ପୂର୍ବ ପୁରୁଷମାନଙ୍କର ମୁକ୍ତି ଦାତା । ଭାରତୀୟ ସଭ୍ୟତାରେ ପିତୃପୂଜାର ପରମ୍ପରା ବୈଦିକ ଯୁଗରୁ ଚଳିଆସୁଛି ।
ଏବେ ବାପାଙ୍କୁ ଅନେକ ସନ୍ତାନମାନେ ବୁଝନ୍ତି ନାହିଁ । ବିବାହ ପରେ ନିଜ ପରିବାରଙ୍କୁ ଧରି ଅଡୁଆ ନ୍ୟାୟରେ ଅନ୍ୟତ୍ର ବାସ କଲେଣି । ପୂଜା ପରିବର୍ତ୍ତେ ଏବେ ବିପରୀତ ପୂଜା କଲେଣି । କୋଉଠି ମଦ୍ୟପ ପୁତ୍ରମାନେ ପିତାମାତାଙ୍କୁ ହତ୍ୟା କଲେଣି ତ କେଉଁଠି ନିର୍ଯାତନା ଦେଲେଣି । ତେଣୁ ଏବେ ଅସହାୟ ପିତାମାତାମାନେ ଜରାଶ୍ରମ ଦେଖିଲେଣି । ସତରେ କାହାନ୍ତି ସେ ପିତୃଭକ୍ତ ଶ୍ରବଣ କୁମାର, କାହାନ୍ତି ସେ ରାମଚନ୍ଦ୍ର !! ତଥାପି ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ବାପାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍‌ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ ରୂପେ ପାଳନ କରାଯାଏ।
ପ୍ରଣମୁଛି ତୁମ୍ଭ ପୁତ୍ର । ଦେଇ ପାଦ ଧୂଳି ଘେନ ପୁଷ୍ପାଞ୍ଜଳି, ଝୁରୁଛି ମୁଁ ଦିବାରାତ୍ର ।। “ବଡ଼ବିଲ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ।