ଭଉଣୀ କଙ୍କାଳ ଧରି ବ୍ୟାଙ୍କ ଯାଇଥିବା ଜିତୁ ମୁଣ୍ଡାଙ୍କ ଖାତାକୁ ଛୁଟିଲା ସହାୟତାର ସୁଅ
ମୃତ ଭଉଣୀର ବ୍ୟାଙ୍କ ଟଙ୍କା ପାଇଁ କଙ୍କାଳ ଧରି ….
ପାଟଣା: ମୃତ ଭଉଣୀର ବ୍ୟାଙ୍କ ଟଙ୍କା ପାଇଁ କଙ୍କାଳ ଧରି ବ୍ୟାଙ୍କ ଯାଇଥିବା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କୁ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ମିଳି ଚାଲିଛି। ଗତକାଲି ରାତି ସୁଦ୍ଧା ତାଙ୍କ ବ୍ୟାଙ୍କ ଖାତାରେ ମୋଟ ୧ ଲକ୍ଷ ୫୩ ହଜାର ୪୦୦ ଟଙ୍କା ଜମା ହୋଇସାରିଛି।
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଚର୍ଚା ହୋଇଥିଲା। ଏହାପରେ ପ୍ରଶାସନ, ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ସଂଗଠନ ଜିତୁଙ୍କୁ ସହାୟତା ଯୋଗାଇ ଦେଇଛନ୍ତି।
କାହାଠାରୁ କେତେ ମିଳିଲା?
ଜିତୁ ମୁଣ୍ଡାଙ୍କ ଖାତାରେ ଜମା ହୋଇଥିବା ସହାୟତାର ତାଲିକା:
ସଂସ୍ଥା / ବ୍ୟକ୍ତି ସହାୟତା ରାଶି
ଭଉଣୀଙ୍କ ଜମା ଟଙ୍କା-19,400
ରେଡକ୍ରସ ପାଣ୍ଠିରୁ -30,000
ପାଟଣା ବିଧାୟକ -10,000
ବିଜେଡି -20,000
ଖିଦମତ ଫାଉଣ୍ଡେସନ- 50,000
କଂଗ୍ରେସ- 24,000
ଫିଜିକ୍ସୱାଲା ସଂସ୍ଥା- 10,00,000,ଆଜି ଆମ ଆଦମୀ ପାର୍ଟି 50,ହଜାର ଟଙ୍କା ପ୍ରଦାନ କରିଛନ୍ତି
ମୋଟ -12,03,400
ଫିଜିକ୍ସୱାଲାର ବଡ଼ ସହଯୋଗ
ସମସ୍ତ ସହାୟତା ମଧ୍ୟରେ ଶିକ୍ଷା ସଂସ୍ଥା ଫିଜିକ୍ସୱାଲା ପକ୍ଷରୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି, ଜିତୁଙ୍କ ପରିବାରର ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ପାଇଁ ଏହି ସହାୟତା ଦିଆଯାଇଛି।ଏତେ ସଂଖ୍ୟାରେ ସହାୟତା ପାଇ ଜିତୁ ମୁଣ୍ଡା ଭାବବିହୁଳ ହୋଇ ପଡିଛନ୍ତି। ସେ କହିଛନ୍ତି, “ମୁଁ କେବଳ ଭଉଣୀର ଟଙ୍କା ମାଗୁଥିଲି। ସାରା ଓଡ଼ିଶା ମୋ ଦୁଃଖରେ ଛିଡା ହେବ, ଏତେ ଲୋକ ସାହାଯ୍ୟ କରିବେ ମୁଁ ଭାବିନଥିଲି। ସମସ୍ତଙ୍କୁ ଧନ୍ୟବାଦ।”ପ୍ରଶାସନ ପକ୍ଷରୁ କୁହାଯାଇଛି, ଜିତୁଙ୍କ ପରିବାରକୁ ବିଦ୍ୟୁତ ସଂଯୋଗ, ରାସନ କାର୍ଡ, ଭତା ଯୋଗାଇଦିଆଯାଇଛି ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ ସୁବିଧାରେ ସାମିଲ କରାଯିବ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ କହିଛନ୍ତି।